This browser does not support the video element.
ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଖେଳୁଥିବା ବେଳେ ପ୍ରାଣ ହରାଇଥିବା ଫୁଟବଲ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 4 ଲକ୍ଷ ସହାୟତା ଘୋଷଣା
Debagarh, Debagarh (Deogarh) | Aug 25, 2025
ଦେବଗଡ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ‘କାଉନଶିଲର କପ’ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଖେଳୁଥିବା ବେଳେ ଦେବଗଡ ପୌରାଂଚଳ ୨ ନମ୍ବର ୱାର୍ଡର ଖେଳାଳୀ ପ୍ରକାଶ ନାୟକ ରବିବାର ସନ୍ଧ୍ୟାରେ ପ୍ରାଣ ହରାଇଥିଲେ । ତାଙ୍କ ବିୟୋଗରେ ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହ ମୂଖ୍ୟମନ୍ତ୍ରୀ ରିଲିଫ ପାଂଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଥିବା ଜଣାପଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାତି ୮ ଟାରେ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ।