This browser does not support the video element.
ସଦର: ଚାଉଳ ଗ୍ରହଣ କରୁ ନାହିଁଁ FCI ଭବାନୀପାଟଣା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଲର୍ସଙ୍କ ପ୍ରତିକ୍ରିୟା
Sadar, Kalahandi | Sep 4, 2025
କଳାହାଣ୍ଡି ଜିଲ୍ଲା ଏବେ ରାଜ୍ୟର ଦ୍ଵିତୀୟ ବୃହତ ଧାନ ଉତ୍ପାଦନକାରୀ ଜିଲ୍ଲାର ମାନ୍ୟତା ପାଇଛି। କିନ୍ତୁ ଗତ ଖରିଫ୍ ଏବଂ ରବି ଋତୁରେ ଧାନ ମଣ୍ଡି ମାଧ୍ୟମରେ ଚାଷୀଙ୍କ ଧାନ ଉଠାଣ କରିଛନ୍ତି ମିଲର୍ସ। କିନ୍ତୁ ଏବେ ଚାଉଳ ଗ୍ରହଣ କରିବା ସମୟରେ FCI ହଇରାଣ କରୁଥିବାରୁ ଭଲ ଗୋଦାମରେ ଚାଉଳ ଏବଂ ଧାନ ଭର୍ତ୍ତି ହେଇ ରହିଛି। ତେଣୁ ଆଗାମୀ ଖରିଫ୍ ରେ ଚାଷୀଙ୍କ ଧାନ ଉଠାଣ କରିବାରେ ମିଲର୍ସ ଅସୁବିଧାର ସମ୍ମୁଖିନ ହେବେ। ତେଣୁ ତୁରନ୍ତ ଚାଉଳ ଗ୍ରହଣ କରିବା ପାଇଁ ମିଲର୍ସ ଦାବି କରିଛନ୍ତି। ଏନେଇ ଗୁରୁବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ମିଲର୍ସ।