This browser does not support the video element.
କୋରାପୁଟ ସହର: କୋରାପୁଟ ସଦଭାବନା ସଭାଗୃହ ଠାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସମୀକ୍ଷା କଲେ ରାଜ୍ୟପାଳ
Koraput Town, Koraput | Sep 11, 2025
ଚାରି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଜନ ହିତକର ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ପରେ ଆଜି ଦିନ ୩ଘଣ୍ଟା ପର୍ଯ୍ୟନ୍ତ ସ୍ଥାନୀୟ ସଦଭାବନା ସଭାଗୃହରେ ଦୁଇ ଜିଲ୍ଲାର ସମୀକ୍ଷା କରିଛନ୍ତି ମାନ୍ୟବର ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି। କୋରାପୁଟ ଜିଲ୍ଲାର କଫି ବୋର୍ଡ,ମିଲେଟ ପ୍ରକ୍ରିୟାକରଣ ୟୁନିଟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭାରତ ମାଳା ପ୍ରକଳ୍ପ, ବିଭିନ୍ନ ବିଦ୍ୟାଳୟ ସହ ଦେଓମାଳି ଗସ୍ତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ପ୍ରଣୟନ କରାଯାଇଛି ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।