This browser does not support the video element.
କୋରାପୁଟ ସହର: କୋରାପୁଟ ଚାରା ବିତରଣ କେନ୍ଦ୍ରରେ ଭ୍ରାମ୍ୟମାଣ ଚାରା ବିତରଣ ଯାନ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ
Koraput Town, Koraput | Sep 6, 2025
ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଏକ ପେଡ ମାଁ କେ ନାମ ଅଭିଯାନରେ କୋରାପୁଟ ଜିଲ୍ଲାରେ ୬ଲକ୍ଷ ସାମୁହିକ ଚାରା ରୋପଣ କରାଯିବ। ଏଥି ନିମନ୍ତେ ଶନିବାର ଦିନ ୨ଟା ସମୟରେ କୋରାପୁଟ ଚାରା ଉତ୍ପାଦନ କେନ୍ଦ୍ର ଠାରେ ଚାରା ବିତରଣ ଯାନ ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତୈକ ପଞ୍ଚାୟତକୁ ଆଜି ଠାରୁ ଆସନ୍ତା ୧୦ ତାରିଖ ମଧ୍ୟରେ ୫ଶହ ଲେଖାଏଁ ଚାରା ପଠାଯିବ । କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ବଣ୍ଟନ ଉତ୍ସବର ଶୁଭାରମ୍ଭ କରିଛନ୍ତି। ପ୍ରତିକ୍ରିୟା ରଖିଛନ୍ତି ଡିଏଫଓ କେ ଭି ଭାସ୍କର ରାଓ।