This browser does not support the video element.
ସୁନ୍ଦରଗଡ ସହର: କରମ ଡିହି ବରୁଣ ଢ଼ାବା ନିକଟ ରାଜ୍ୟ ରାଜପଥ - 10 ରେ ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରଲର
Sundargarh Town, Sundargarh | Sep 12, 2025
ଆଜି ସେପ୍ଟେମ୍ୱର 12 ତାରିଖ ଶୁକ୍ରବାର ମଧ୍ୟାହ୍ନ 12:50 ପାଖାପାଖି ସମୟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। OD - 16D-2940 ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରଲର ଯାନ୍ତ୍ରିକ ତ୍ରୁଟି ହେଉ କିଂବା ନିୟନ୍ତ୍ରଣ ହରାଇ ହେଉ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେବେ ଏହାର ଚାଳକ ସୁରକ୍ଷିତ ଥିବା ଜଣା ପଡିଛି। ଅପରପକ୍ଷେ ଟ୍ରାଫିକ ନିୟନ୍ତ୍ରଣ ପାଇଁ L&T ରେସ୍କ୍ୟୁ ଟିମ୍ ଓ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣା ପଡ଼ିଛି।