This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରୁ ବୁର୍ଲା ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିବା ବେଳେ ଅଇଁଠାପାଲି ପୁଲିସ ଦ୍ୱାରା ବିପୁଳ ମଦ ଜବତ, ଜଣେ ଗିରଫ
Sambalpur M, Sambalpur | Sep 9, 2025
ସମ୍ବଲପୁରରୁ ବୁର୍ଲା ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିବା ବେଳେ ଅଇଁଠାପାଲି ପୁଲିସ ବିପୁଳ ମଦ ଜବତ କରିଛି । ପୁଲିସ ସୁଚନା ଅନୁଯାୟୀ, ମଙ୍ଗଳବାର ରାତି 8 ଟା ପେଟ୍ରୋଲିଂ ସମୟରେ ଏକ ବୋଲେରୋ ଗାଡିକୁ ଅଇଁଠାପାଲି ପୁଲିସ ଧରିଥିଲା । ଉକ୍ତ ଗାଡିକୁ ଯାଞ୍ଚ କରିବାରୁ ଗାଡିରୁ ୩୬୧ଟି ବିଅର ବୋତଲ ଓ ୧୫୭ ଟି ବିଦେଶୀ ମଦ ଭର୍ତ୍ତି ବୋତଲ ମିଳିଥିଲା । ଏ ସମ୍ପର୍କରେ ଗାଡି ଚାଳକ ତଥା ବୁର୍ଲା, ଗୁଆଲାପଡା ନିବାସୀ ଅରବିନ୍ଦ ରାୟ କୁ ଗିରଫ କରିବା ସହିତ ଏ ନେଇ ଏକ ମାମଲା ରୁଜୁ କରି ମଦ ଗୁଡିକ ସମେତ ଗାଡିକୁ ଜବତ କରିଛି ପୁଲିସ ।