This browser does not support the video element.
ବରୀ ରାମଚନ୍ଦ୍ରପୁର: ଶିକ୍ଷକଙ୍କ ବଦଳିକୁ ନେଇ ରତ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଧାରଣା,ବିଇଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟହୃତ
Bari Ramachandrapur, Jajpur | Aug 22, 2025
ଶିକ୍ଷକଙ୍କ ବଦଳିକୁ ନେଇ ରତ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦ୍ୱିତୀୟ ଦିନରେ,ବିଇଓଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ l ସ୍କୁଲର ଶିକ୍ଷକ ଦାମୋଦର ସ୍ଵାଇଁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଦୁଇ ଦିନ ହେବ ସ୍କୁଲ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସେପଟେ ସ୍କୁଲରେ ଅଶାନ୍ତି ଲାଗିଥିବାକୁ ଦେଖି ଆଜି ବିଇଓ ସ୍କୁଲ ନିକଟରେ ପହଂଚି ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିବା ସୂଚନା