This browser does not support the video element.
ଲାଞ୍ଜିଗଡ: ଡୁମେରପଦର ଅଡ୍ରି ମୁଖ୍ୟ ରାସ୍ତାର ବିରମଲ ଗୁଡା ନିକଟରେ ବିରାଟ ଆମ୍ବ ଗଛ ପଡି ରାସ୍ତା ଅବରୋଧ ଯାତାୟତ ବାଧାପ୍ରାପ୍ତ
Lanjigarh, Kalahandi | Aug 27, 2025
ଗତ ବିଳମ୍ବିତ ରାତିରେ ଥୁଆମୁଳ ରାମପୁର ଡୁମେରପଦର ଠାରୁ ଅଡ୍ରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିରମଲଗୁଡା ନିକଟରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ । ଯାହାରି ଫଳରେ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହେଇଛି . ଆଜି ବୁଧବାର ଗଣେଶ ପୂଜା ଏବଂ ଆସନ୍ତା କାଲି ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ ଥିବାରୁ ଲୋକେ ନିଜଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବ୍ୟଗ୍ର ଥିବା ବେଳେ ଗଛ ଉପୁଡି ପଡି ରାସ୍ତା ଅବରୋଧ ହେଇଥିବାରୁ ନାହିଁ ନଥୁବା ଅସୁବିଧାର ସମ୍ମୁଖିନ ହେଇଛନ୍ତି ।