Download Now Banner

This browser does not support the video element.

ଦେବଗଡ: ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ସର୍କିଟ ହାଉସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର

Debagarh, Debagarh (Deogarh) | Aug 27, 2025
ଦେବଗଡ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ରାତି ପ୍ରାୟ ୮ ଟାରେ ଦେବଗଡ ଜିଲ୍ଲା ଯୁବ ଏକତା ମଂଚର ବହୁ ସଦସ୍ୟ, ସଦସ୍ୟା ସାକ୍ଷାତ କରି ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦାବିରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦେବଗଡ ଜିଲ୍ଲା ଯୁବ ଏକତା ମଂଚର ଆବାହକ ସୁରଞ୍ଜିତ କୁମାର ମହାପାତ୍ର ଓ ସଚ୍ଚିକାନ୍ତ ଦାଶଙ୍କ ସମେତ ମଂଚର ବହୁ ସଦସ୍ୟ ସଦସ୍ୟାସର୍କୀଟ ହାଉସରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କୁ ସାକ୍ଷାତ କରିବା ସହ ଦାବୀର ପ୍ରାସଙ୍ଗିକତା ଏବଂ ଯଥାର୍ଥତା ଉପରେ ତାଙ୍କ ସହିତ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us