This browser does not support the video element.
ସୁନ୍ଦରଗଡ ସହର: କୋଇଡା JSW କମ୍ପାନୀର 3 ନମ୍ୱର ଗେଟ ଖଣି ନିକଟ କାଷିରା ବ୍ରାହ୍ମଣୀପଡ଼ା ଜଙ୍ଗଲରୁ କୋଇଡା ପୋଲିସ ଦ୍ବାରା ଜଣଙ୍କ ମୃତ ଦେହ ଉଦ୍ଧାର
Sundargarh Town, Sundargarh | Aug 31, 2025
ଆଜି ଅଗଷ୍ଟ 31 ତାରିଖ ପୂର୍ବାହ୍ନ 9 ଟା ପାଖାପାଖି ସମୟରେ ଏହି ଘଟଣା ସଂପର୍କରେ କୋଇଡା ପୋଲିସକୁ ସୂଚନା ଆସିଥିଲା। କୋଇଡା JSW କମ୍ପାନୀର 3 ନମ୍ୱର ଗେଟ ଖଣି ନିକଟ ଜଙ୍ଗଲକୁ କିଛି ମହିଳା କାଠ ଆଣିବାକୁ ଯାଉଥିବା ବେଳେ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ତେବେ ସଂଘବଦ୍ଧ ଭାବେ କେତେକ ମହିଳା ସାହସ ଜୁଟାଇ ଗନ୍ଧ ଆସୁଥିବା ସ୍ଥଳକୁ ବାରି ପହଞ୍ଚିବା ପରେ ଘଟଣା ଜଣା ପଡିଥିଲା। କାହାରି ଜଣଙ୍କ ମୃତଦେହ ଗଳିତ ଅବସ୍ଥାରେ ପଡ଼ିଥିବା ନେଇ କୋଇଡା ପୋଲିସକୁ ସୂଚନା ଦେଇଥିଲେ। କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ୍ ଟିମ ଡକାଇ ତଦନ୍ତ କରିବା ସହ ଶବ ଜବତ କରିଛନ୍ତି।