This browser does not support the video element.
କୋରାପୁଟ ସହର: ଡେଙ୍ଗା ଜାନି ଗୁଡ଼ା ଗ୍ରାମକୁ ବିସ୍ଥାପିତ ଘୋଷଣା କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
Koraput Town, Koraput | Sep 9, 2025
ନାଲକୋ ରେଡମଡ ପଣ୍ଡ ଯୋଗୁଁ ଲୋକେ ଚର୍ମ ,ଆଖି ଓ ଶ୍ଵାସ ରୋଗରେ ପୀଡ଼ିତ ହୋଇ ଜୀବନ ହରାଉଛନ୍ତି, କେବଳ ମଣିଷ ନୁହଁ ଦୂଷିତ ଜଳ ପିଇ ଗୃହ ପାଳିତ ପ୍ରାଣୀ ସମ୍ପଦ ମଧ୍ୟ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ କରି ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡେଙ୍ଗାଜାନୀଗୁଡା ଗ୍ରାମବାସୀ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଡେଙ୍ଗାଜାନିଗୁଡ଼ାରେ ୧୩୦ ପରିବାର ବସବାସ କରୁଛନ୍ତି। ଗତ ୪ ବର୍ଷ ପୁର୍ବରୁ ଗାଁ ଠାରୁ ମାତ୍ର ୧କିଲୋମିଟର ଦୂରରେ ନାଲକୋ ଦ୍ଵାରା ନୂତନ ରେଡମଡ ପଣ୍ଡ ନିର୍ମାଣ କରା ଯାଇଛି।