ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ତଥା ଏନ୍ଏସିର ୧୫ ନମ୍ବର ୱାର୍ଡ କୁଳିଆତୋଟା ଗ୍ରାମର ମାନସ ନାଏକ(୩୦)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗତ କାଲି ସନ୍ଧ୍ୟା ବେଳେ କୌଣସି କାମରେ ଘରୁ ବାଇକ୍ ଯୋଗେ ହିନ୍ଦୋଳ ଟାଉନ୍ ଅଭିମୁଖେ ଆସୁଥିବା ବେଳେ ଆଳୁସିଂ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ଵରେ ଥିବା ଏକ ଖୋଲାକୂଅ ଚାନ୍ଦିନୀରେ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ଭି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ସଂରକ୍ଷଣା ଗାରରେ ରହିଥିବା ବେଳେ ଗୁରୁବାର ବ୍ୟବଚ୍ଛେଦ