ଜୁନାଗଡ: ବିଦ୍ୟୁତ ତାର ଚୋରି ଅଭିଯୋଗ ରେ ଚିଚିଆ ଗାଁ ର ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ
ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ଗ୍ରାମ ର ଜଣେ ବ୍ୟକ୍ତି ଙ୍କୁ ବିଦ୍ୟୁତ ତାର ଚୋରି କରିଥିବା ଅଭିଯୋଗ ରେ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଚିଚିଆ ଗ୍ରାମର ରାଜୁ ସରାପ। ପୋଲିସ ପକ୍ଷରୁ ସୂଚନା ଯେ ଗତ ୧୨ ତାରିଖ ଦିନ ରାଜୁ ସରାପ ଚାହାରବାହାଲ ଗ୍ରାମର କିଛି ବ୍ୟକ୍ତି ଙ୍କୁ ଲଗେଇ ଚିଚିଆ ବଡ଼ଜୋର କୁ ସଂଯୋଗ କରୁଥିବା ବିପିଏଲ ବିଦ୍ୟୁତ ଖୁଣ୍ଟ ରୁ ତାର କୁ ଚୋରି କରୁଥିଲା। ଆଜି ଧର୍ମଗଡ କୋର୍ଟ ଚାଲାଣ କରାଯାଇଛି।