ଧର୍ମଗଡ଼ ଅବକାରୀ ବିଭାଗ ତରଫରୁ ଗତକାଲି ଗୋଲାମୁଣ୍ଡା ଥାନା ଖଲିଆକାନି ଗ୍ରାମରେ ଚଡାଉ କରାଯାଇଛି । ଏହି ଚଢ଼ାଉ ରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ଜଣେ ମଦ ବେପାରୀ କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ଖଲିଆକାନି ଗାଁ ର ତୁଲାରାମ ମଙ୍ଗରାଜ । ଏନେଇ ଅବକାରୀ ବିଭାଗ ତରଫରୁ କେଶ ନମ୍ବର ୧୫୯ /୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।