ଚନ୍ଦନଭାଟି ଗ୍ରାମରେ ଆୟୋଜିତ ଏକ ଯାତ୍ରା କାର୍ଯ୍ୟକ୍ରମରେ ନଗ୍ନନୃତ୍ୟ ହୋଇଥିବା ଅଭିଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଇଟମ୍ ଡ୍ୟାନ୍ସର ନିଶା ମହାରଣାଙ୍କ ନାଁରେ ହିନ୍ଦୁ ୟୁବା ବାହିନୀ ପକ୍ଷରୁ ବଲାଙ୍ଗୀର ସଦର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ହିନ୍ଦୁ ୟୁବା ବାହିନୀ ସଦସ୍ୟମାନେ କହିଛନ୍ତି, ଏଭଳି ଅଶ୍ଳୀଳ ନୃତ୍ୟ ସାମାଜିକ ମୂଲ୍ୟବୋଧକୁ ଆଘାତ କରୁଛି ଏବଂ ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ପୋଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।