କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ ପ୍ରକଳ୍ପକୁ ରେଳ ଲାଇନ ସଂଯୋଗିକରଣ କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ଚାଷୀ ମାନେ କଳିଙ୍ଗନଗର ଥାନାକୁ ଘେରାଉ କରିଥିବା ମଙ୍ଗଳବାର ଅପରାହ୍ନ 3 ଘଟିକା ସମୟରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଟାଟା କମ୍ପାନୀକୁ ରେଳ ଲାଇନ ସଂଯୋଗି କରଣ ହେବାକୁ ନେଇ ଅନେକ ଚାଷି ତାଙ୍କର ଚାଷ ଜମି ହରାଇବେ ତା ସହିତ ଚାଷି ମାନଙ୍କ ଅଭିଯୋଗ ମୁତାବକ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଟାଟା କମ୍ପାନୀ ସ୍ୱଳ୍ପ ମୁଲ୍ୟରେ ଚାଷୀ ମାନଙ୍କ ଜମିକୁ ନେବା ପାଇଁ ଚେଷ୍ଟା ଜାରି ରଖିଥିବା ଅଭିଯୋଗ ଆଣି ଚାଷି ମାନେ କଳିଙ୍ଗନଗର ଥାନାକୁ ଘେରାଉ କରିଥିବା ଦେଖିବାକୁ ମିଳିଥିଲା ।