ସ୍କୋର୍ପିୟ ଗାଡ଼ି କିଣା ବିକାକୁ କେନ୍ଦ୍ରକରି କଟକ କାନପୁର ଥାନା ଅନ୍ତର୍ଗତ କାନପୁର ଅଞ୍ଚଳରୁ ରତାପାଟ ବଡମ୍ବା ବାସିନ୍ଦା ବ୍ୟବସାୟୀ ବୃନ୍ଦାବନ କଅଁରଙ୍କୁ କିଛି ଯୁବକ ଏକ ଡିଯିଆର କାରରେ ଅପହରଣ କରି ନେଇ ଆସିଥିଲେ । ସେହି କାର ଟି ସୁକିନ୍ଦା ଦେଇ ଭୁବନ ଆଡେ ଗତି କରୁଥିବା ସୁକିନ୍ଦା ଥାନା ଅଧିକାରୀ ବିଲ୍ଵ ମଙ୍ଗଳ ସେଠୀ ବିଶେଷ ସୂତ୍ରରୁ ସୂଚନା ପାଇ ଏକ ସ୍ଵତନ୍ତ୍ର ଟିମ୍ ନେଇ କାର ଟିକୁ ଅନ୍ତପୁର ଛକରେ କାବୁ କରି ଅପହୃତା ବୃନ୍ଦାବନ କଅଁରଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଭୁବନ ଥାନା ନୟା ନୀଳକଣ୍ଠପୁର ଗ୍ରାମର ଯୁବକ ପ୍ରଦୀପ ଓଝାଙ୍କୁ ଗିରଫ କରିଛନ୍ତି ।