ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ନିକଟରେ କାର ଧକ୍କାରେ ସାଇକେଲ ଆରୋହୀ ମୃତ , ଘଟଣାସ୍ଥଳରେ ଉତେଜନା ସମ୍ବଲପୁର କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ପୁର୍ତ୍ତ ବିଭାଗର ଡାକ ବଙ୍ଗଳା ନିକଟରେ ଗୁରୁବାର ସଂଧ୍ୟା ୫ ଟା ସମୟରେ କାର୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ସାଇକେଲ ଆରୋହୀ ଜଣକ ହେଲେ ରେଢ଼ାଖୋଲ ସହର ବୀରଚନ୍ଦ୍ରପୁର ଗ୍ରାମର ଅନାମ ଭୋଇ । ସେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପୂର୍ତ୍ତବିଭାଗ ଡାକବଙ୍ଗଳା ନିକଟରେ ବିପରିତ ଦିଗରୁ ଏକ କାର ଦ୍ରୁତ ଗତିରେ ଆସି ଅନାମ ଭୋଇକୁ ଧକ୍କା ଦେଇଥିଲା ଫଳରେ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କର