ସୁକିନ୍ଦା ବ୍ଲକ ଛକ ଠାରୁ ପୁରୁଣାପାଣି ଦେଇ ୫୩ନଂ ଜାତୀୟ ରାଜପଥର ସୁକିନ୍ଦା ନିକଟସ୍ଥ କେନ୍ଦୁଢିପି ପର୍ଯ୍ୟନ୍ତ ସଂଯୋଗିକରଣ ରାସ୍ତାର ଶିଳାନ୍ୟାସ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଦ୍ଵାରା ହୋଇଯାଇଥିବା ସୋମବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି । ଚାରି କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ଵାବଧାନରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ଏକ ପୋଲ ସହ ରାସ୍ତା ଅନ୍ତର୍ଭୁକ୍ତ । । ସେହି ରାସ୍ତା ପାଇଁ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକେ ଦାବୀ କରିଆସୁଥିଲେ। ବହୁ ବର୍ଷ ପରେ ସେମାନଙ୍କ ଆଶା ପୁରଣ ହେବାକୁ ଯାଉଛି ।