ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳାରେ ରାଜନୈତିକ ହିଂସା ଯୁବକ ଆହତ ହୋଇଥିବା ରବିବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି । ଆହତ ହୋଇଥିବା ଯୁବକଙ୍କ ସୂଚନା ମୁତାବକ ତାଙ୍କୁ ବିଜେଡ଼ି ଯୁବ କର୍ମୀ ମାନେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ ଓ ବାଇକ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ଧର୍ମଶାଳା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।