କରଡ଼ାଗାଡ଼ିଆ ରାସ୍ତାରେ ବାଇକ ଦୁର୍ଘଟଣାରେ ସ୍ଥାନୀୟ ବାସିନ୍ଦା ଶିବ ମୁଣ୍ଡାଙ୍କ ତିନି ବର୍ଷର ଶିଶୁ ପୁତ୍ର କ୍ରିଷ୍ଣା ମୁଣ୍ଡା ଗୁରୁତର ହୋଇଯାଇଥିଲେ । ପରିବାର ବର୍ଗଙ୍କ ସହାୟତାରେ ଶିଶୁ ପୁତ୍ର କ୍ରିଷ୍ଣା ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋମବାର ରାତିରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି