ଯାଜପୁର ଜିଲ୍ଲା ଗିରୀଙ୍ଗାମାଳି ଗ୍ରାମ ପୋଲ ଉପରୁ ତଳକୁ ପଡି ଦୁର୍ଘଟଣା ଘଟି ଯୁବକ ଗୁରୁତର କଟକ ସ୍ଥାନାନ୍ତର । ସୂଚନା ମୁତାବକ ମଙ୍ଗଳବାର ରାତିରେ ଗିରୀଙ୍ଗାମାଳି ଗ୍ରାମ ପୋଲ ଉପରୁ ତଳକୁ ପଡି ଗ୍ରାମର ସୁନ୍ଦରଲାଲ ନାୟକ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ମଙ୍ଗଳବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।