ଧର୍ମଗଡ଼ ବ୍ଲକ କାଙ୍କେରି ତିନି ନମ୍ବର ୱାର୍ଡ ରାସ୍ତାର ଡିମାରକେସନ ପାଇଁ ଆଜି ଗ୍ରାମବାସୀ ତହସିଲଦାର କୀର୍ତ୍ତିଚନ୍ଦ୍ର ପଧାନ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ କାଙ୍କେରି ଗାଁ ରାସ୍ତାରେ ଦିନକୁ ଦିନ ଲୋକେ ଘର, ବାଡ଼, ପିଣ୍ଡା ସବୁ ନିର୍ମାଣ କରୁଥିବାରୁ ଗ୍ରାମ୍ୟରାସ୍ତା ସଂକୁଚିତ ହେବାରେ ଲାଗିଛି। ବିଭିନ୍ନ ସମୟରେ ଗାଁ ଭିତରକୁ ଦମକଳ ଗାଡ଼ି, ଆମ୍ବୁଲାନ୍ସ ଯାଇପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି।