ବନ ମହୋତ୍ସବ ସପ୍ତାହ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସମ୍ବାଦ ସାହିତ୍ୟଘର, ଜୀବନ ଦ୍ୟୁତୀ ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ, ଜୀବନ ଧାରା ପରିବାର ଓ ସୁମଣ୍ଡଳ ବନବିଭାଗ ମିଳିତ ଆନୁକୂଲ୍ୟରେ ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ପର୍ଯ୍ୟନ୍ତ ଥିବା ରାସ୍ତା ପାର୍ଶ୍ୱରେ ଏକ ମେଗା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁମଣ୍ଡଳ ବନ ବିଭାଗ ଅଧିକାରୀ ସନ୍ତୋଷ କୁମାର ମଲ୍ଲିକ, ବନ କର୍ମଚାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ ଉପସ୍ଥିତ ଥିଲେ ।