“ସାର୍, ଆମେ ପ୍ରତ୍ୟେକ ସକାଳେ ଏଠିକୁ ଆସୁଛୁ… କୁରାଢି, ଗମଲା, ଗଇଁତି ନେଇ ଛିଡା ହେଉଛୁ କାମ୍ ପାଇଁ। କେତେ ଦିନ ମିଳେ, କେତେ ଦିନ ମିଳେନି… ଭାଗ୍ୟ ଉପରେ ନିର୍ଭର। ଘରେ ପରିବାର ଅଛି, ପିଲାମାନେ ଅଛନ୍ତି—ଖାଇବା ପାଇଁ ଏହି ଦିନିକିଆ କାମ ହିଁ ଆମର ଭରସା। ଆମେ କିଛି ବି କାମ କରିବାକୁ ରେଡ଼ି… କିନ୍ତୁ କାମ ଦେବା ଲୋକ ନାହିଁ। ସରକାର ଥୋଡ଼ା ଧ୍ୟାନ ଦିଅନ୍ତୁ, ଆମ ପାଇଁ ନିଜୁକ୍ତିର ସୁବିଧା କରନ୍ତୁ… ନହେଲେ ଏଭଳି ମଣିଷ ହାଟରେ ଦିନକ ଦିନ ଛିଡା ହେବାକୁ ବାଧ୍ୟ ହେବୁ।”