ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳରୁ ୧୧କେଭି ବିଦ୍ୟୁତ ତାର ଚୋରି ହୋଇଥିବା ନେଇ ରବିବାର ସକାଳ ସାତ ଟା ସମୟରେ ଲଇକେରା ଥାନାରେ ଅଭିଯୋଗ ହୋଇଥିବା ନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି।ଲଇକେରା ଥାନା ଅନ୍ତର୍ଗତ ଗୁଡିଗାଁ ଟିକ୍ରାଗୋସାଇଁ ରାସ୍ତାରୁ ଚୋର ମାନେ ୬ ଟି ବିଦ୍ୟୁତ ଖୁଣ୍ଟ ସ୍ପାନ ରୁ ଇଲେଭେନ କେଭି ବିଦ୍ୟୁତ ତାର ଚୋରି କରିନେଇଛନ୍ତି। ଏହା ଫଳରେ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ସେଠାକାର ଟ୍ରାନ୍ସଫର୍ମର ରୁ ମଧ୍ୟ କଏଲ ଚୋରି ହୋଇଥିବା ନେଇ ଲଇକେରା ଥାନା ରେ ଟାଟା ପାୱାର ପକ୍ଷରୁ ଅଭିଯୋଗ ହୋଇଛି।