ଧର୍ମଗଡ: ପଞ୍ଚାୟତ ରାଜମନ୍ତ୍ରୀ ଙ୍କ ଗସ୍ତ କୁ ନେଇ କୋକସରା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ଆସନ୍ତା ୧୫ ତାରିଖ ରେ ଏକ ସରକାରୀ କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଗସ୍ତ କାର୍ଯ୍ୟକ୍ରମ କୋକସରା ବ୍ଲକ ରେ ରହିଛି। ମନ୍ତ୍ରୀ ଅଞ୍ଚଳ ର ଉନ୍ନୟନ ଓ ବିକାଶ ନେଇ ରାଜ୍ୟ ସରକାରଙ୍କ ବିଭାଗୀୟ ଯୋଜନା ର କାର୍ଯ୍ୟ ଉପରେ ସମୀକ୍ଷା କରିବେ।ଏହାକୁ ନେଇ ଏକ ପ୍ରସ୍ତୁତି ବୈଠକ କୋକସରା ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା।