ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ଆଜି ମଙ୍ଗଳବାର ଦିନ ସକାଳ 11ଟା ସମୟରେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ଶ୍ରେଣୀର ମିଳିତ ଆନୁକୂଲ୍ୟରେ 'ଓଡ଼ିଆ ଲୀଳା ନାଟକ : ଏକ ଅଧ୍ୟୟନ' ଶୀର୍ଷକ ବାର୍ଷିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ସଭାପତିତ୍ୱ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।