ସମଲେଶ୍ବରୀ କ୍ରିକେଟ କପ ଟୁର୍ନାମେଣ୍ଟ, ଡଇଁଚା ଚମ୍ପିୟାନ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଶିମିଳିପାଳ ଗ୍ରା. ପ. ଅନ୍ତର୍ଗତ ଶରଧାପୁର ବଡତଇଲା ଗ୍ରାମର ମାଁ ସମଲେଶ୍ବରୀ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ସମଲେଶ୍ବରୀ କପ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଦିନ ଉଦଯାପିତ ହୋଇ ଯାଇଛି l ଗତ 26 ତାରିଖ ଠାରୁ ଚାଲିଥିବା ଏହି ଟୁର୍ନାମେଣ୍ଟ ରେ ସମୁଦାୟ 16 ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ସିହିଳିଆ ଏବଂ ଡଇଁଚା ମଧ୍ୟରେ ଆୟୋଜିତ ହୋଇଥିଲା l ଟସ ଜିଣି ସିହିଳିଆ ଦଳ ପ୍ରଥମେ ବ୍ୟାଟିଂ କରି 18 ଓଭର ରେ ସମୁଦାୟ ଉଇକେଟ ହରାଇ 53 ରନ ସଂଗ୍ରହ କରିଥିବା ବେଳେ ଜବାବ ରେ ଡଇଁଚା ଦଳ