ଯାଜପୁର ଟାଉନ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ପୁବଲ୍ ମାଟିଆଙ୍କ ସ୍ତ୍ରୀ ପ୍ରମିଳା ମହାନ୍ତ ଓ ପୁଅ ସନ୍ତୋଷ ମହାନ୍ତ ଏକ ବାଇକ ଯୋଗେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ବନ୍ଧୁ ଘରକୁ ଆସି କାର୍ଯ୍ୟ ସାରି ରବିବାର ରାତି ଯାଜପୁର ଟାଉନ୍ ଫେରୁଥିବା ବେଳେ ସୁକିନ୍ଦା ହନୁମାନ ଛକ ପାଖ 53 ନଂ ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ପ୍ରମିଳା ମହାନ୍ତଙ୍କ ଗୋଡ ଭାଙ୍ଗି ଗୁରୁତର ହୋଇଥିବା ବେଳେ ତାଙ୍କ ପୁଅ ବାଇକ ଆରୋହୀ ସନ୍ତୋଷ ସାମାନ୍ୟ ଆହତ ହୋଇଥିଲେ । ପ୍ରମିଳା ମହାନ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।