ତାଳୁକୁ ଆଇନ ସେବା ସମିତିଧର୍ମଗଡ ପକ୍ଷରୁ ଧର୍ମଗଡ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ତାଳୁକୁ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ପି. ସୀତାଲକ୍ଷ୍ମୀ ,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରିମିତା ସ୍ୱାଇଁ , ପ୍ରଥମ ଶ୍ରେଣୀ ବିଭାଗୀୟ ବିଚାରପତି ଉପସ୍ଥିତ ଥିଲେ।