ସୁକିନ୍ଦା: ଧର୍ମଶାଳା ଷ୍ଟାଡିୟମ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦ୍ଘାଟିତ
Sukinda, Jajpur | Nov 30, 2025 ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳା ଷ୍ଟାଡିୟମ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଥିବା ରବିବାର ଦିବା 11 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି, "ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଓ ପ୍ରସାର ନିମନ୍ତେ ଏହା ଏକ ଅଭିନବ ପ୍ରୟାସ । କ୍ରୀଡା ଓ କ୍ରୀଡାବିତମାନଙ୍କ ଉନ୍ନତିରେ ହିଁ ଏକ ସକ୍ରିୟ ସମାଜ ଗଠନ ହେଇପାରିବ।" କ୍ରୀଡା ଆମକୁ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ସାଂସଦ ଶ୍ରୀ ବେହେରା କହିଥିଲେ ।