Download Now Banner

This browser does not support the video element.

ଦେବଗଡ: କୋହ୍ଳବସା ଅଞ୍ଚଳରେ 7 ଟିକିଆ ହାତୀପଲ ଉପଦ୍ରବ

Debagarh, Debagarh (Deogarh) | Aug 28, 2025
ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳର କୋହ୍ଳବଶା ଅଞ୍ଚଳରେ ଗୁରୁବାର 7 ଟିକିଆ ହାତୀ ଉପଦ୍ରବ ଜାରି ରଖିଥିବା ଜଣାପଡିଛି । ରାତି ୧୦ ଟାରେ ଏନେଇ ବନବିଭାଗ ଠାରୁ ସୂଚନା ମିଳିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଧାନ ଚାଷ କ୍ଷୟକ୍ଷତି ହେଉଥିବା ବେଳେ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି । ଦିନବେଳା ଜଙ୍ଗଲ ଭିତରେ ରହୁଥିବା ହାତୀ ପଲ ରାତି ହେଲେ ଜନବସତୀ ମୁହାଁ ହେଉଛନ୍ତି । ତେବେ ହାତୀ ଥିବା ଅଂଚଳରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରିବା ସହିତ ଗାଁ ଭିତରକୁ ଯେଭଳି ପ୍ରବେଶ ନକରିବେ ସେଥିପ୍ରତି ଧ୍ୟାନ ଦେଉଥିବା ରିଆମାଳ ରେଞ୍ଜର ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us