This browser does not support the video element.
କୋରାପୁଟ ସହର: ଡୁମୁରିପଦର ରାଜସ୍ବ ଜମି ଚିହ୍ନଟ କରି ଜବରଦଖଲ ହଟାଇବାକୁ ଡେଙ୍ଗନା ଗୁଡ଼ା ଓ ଖାଲବାରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
Koraput Town, Koraput | Sep 3, 2025
କୋରାପୁଟ ବ୍ଳକ୍ ଡୁମୁରିପଦର ପଞ୍ଚାୟତରେ ଥିବା ରାଜସ୍ବ ଜମିରେ ବିଜାଘାଟି ଗ୍ରାମବାସୀ ଜବରଦଖଲ କରିଥିବା ଅଭିଯୋଗରେ ଆଜି ଡେଙ୍ଗନା ଗୁଡ଼ା ଓ ଖାଲବାରି ଗ୍ରାମବାସୀ ସନ୍ଧ୍ୟା ୫ଘଣ୍ଟା ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦୀର୍ଘବର୍ଷ ଧରି ଉକ୍ତ ରାଜସ୍ବ ଜମିରେ ଡେଙ୍ଗନାଗୁଡା ଓ ଖାଲବାରି ଗ୍ରାମବାସୀ ଚାଷ କାମ କରି ଜୀବନଜୀବିକା ନିର୍ବାହ କରୁଥିବା ଯୋଗୁଁ ଜମି ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ।