This browser does not support the video element.
ଅନୁଗୋଳ: ବଣାମୀରା ଗ୍ରାମରେ ମହିଳାଙ୍କୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ
Anugul, Angul | Sep 2, 2025
ପରିବାର ପୋଷଣ କରିବା ପାଇଁ ସ୍ବାମୀ ଚେନ୍ନାଇରେ କାମ କରିବାକୁ ଯାଇଥିବା ବେଳେ ସ୍ତ୍ରୀକୁ କେହି ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅନୁଗୋଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଣାମୀରା ଗ୍ରାମର ଅଭିମନ୍ୟୁ ନାଏକ ଏନେଇ ବନ୍ତଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିମନ୍ୟୁ ଥାନାରେ ଅଭିଯୋଗ କରିଛନ୍ତି କି ସେ ଚେନ୍ନାଇରେ କାମ କରନ୍ତି। ଗତ ମାସ ୨୫ ତାରିଖ ଦିନ ପ୍ରାୟ ସାଢେ଼ ଏଗାରଟା ବେଳେ ଅଭିମନ୍ୟୁଙ୍କ ସ୍ତ୍ରୀ ପିଙ୍କି ଫୋନ କରି କହିଲେ କି ଜଲଦି ଘରକୁ ଆସ। ଏତିକି କହିବା ଭିତରେ ପିଙ୍କିକୁ କେହି ଧମକ ଦେଇଥିବା ଅଭିମନ୍ୟୁ କହିଛନ୍ତି। ଚେନ୍ନାଇରୁ ଆସି ଅଭ