This browser does not support the video element.
ପାରାଦୀପ: ଗଣ୍ଡିକିପୁର ଗ୍ରାମରୁ ବିପୁଳ ପରିମାଣର ନକଲି ମଦ ସହ ଷ୍ଟିକର ଓ ଠିପି ଜବତ, ଜଣେ ବେପାରୀ ଗିରଫ
Paradip, Jagatsinghpur | Apr 23, 2024
ଗଣ୍ଡିକିପୁର ଗ୍ରାମରୁ ମଙ୍ଗଳବାର ବିପୁଳ ପରିମାଣର ନକଲି ମଦ ତିଆରି ସମାଗ୍ରୀ ଜବତ ହୋଇଛି। ପାରାଦୀପ ଅବକାରୀ ଉପଖଣ୍ଡ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସମେତ ପାଞ୍ଚ ଜଣିଆ ଦଳ ଗଣ୍ଡକୀପୁର ଗ୍ରାମର ରମାକାନ୍ତ ସାହୁଙ୍କ ଘର ଉପରେ ଚଢାଉ କରି ନକଲି ମଦ ବୋତଲ,ଷ୍ଟିକର, ଠିପି ଓ ନକଲି ମଦ ତିଆରି କ୍ଯାମିକାଲ ଜବତ କରିଛି। ରମାକାନ୍ତ ନିଜ ଘରେ ଏସବୁ ପ୍ରସ୍ତୁତ କରୁଥିବା ବେଳେ ସେ ତିନି ବର୍ଷ ଧରି ଜଗତସିଂପୁର, କେନ୍ଦ୍ରାପଡା ଓ ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲେ।