Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସାଲେପୁର କଙ୍କରାଇଲୋ ଗ୍ରାମରେ ନିଜ ଦେହରେ କିରୋସିନ ଢ଼ାଳି ମହିଳା କଲେ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Cuttack M Corp PS, Cuttack | Sep 2, 2025
କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସିଢ଼ୋ ପଂଚାୟତର କଙ୍କରାଇଲୋ ଗ୍ରାମରେ ନିଜ ଦେହରେ କିରୋସିନ ଢ଼ାଳି ଜଣେ ମହିଳା ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ମହିଳା ଜଣକ ହେଲେ ତିଳତୋମା ରାଉତ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରେ ଏହି ଘଟଣା ଘଟିଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣକ ଏପରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ବୋଲି ସୂଚନା ମିଳିଛି।
Read More News
T & CPrivacy PolicyContact Us