This browser does not support the video element.
ଢେଙ୍କାନାଳ ସଦର: କାଶିପୁର ପଞ୍ଚାୟତରେ ହାତୀପଲ, ଡାକବାଜି ଯନ୍ତ୍ର ମାଧ୍ଯମରେ ସଚେତନ କଲା ବନ ବିଭାଗ
Dhenkanal Sadar, Dhenkanal | Aug 9, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ କାଶିପୁର ବିଟ୍ ଅଞ୍ଚଳରେ ଦୀର୍ଘ ଦିନ ହେଲା ଉତ୍ପାତ କରୁଥିବା ଗୋଟିକିଆ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଗତକାଲି ଠାରୁ ଏକ ହାତୀ ଦଳ ଆସି ପହଞ୍ଚିଥିବା ଜଣାପଡିଛି। ଫଳରେ କାଶିପୁର ପଞ୍ଚାୟତ ସମେତ ପଡୋଶୀ ପଞ୍ଚାୟତ ଗ୍ରାମ ଗୁଡିକରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଜି ତା ୯।୮ ରିଖ ଅପରାହ୍ନ ୩ ଟା ସମୟରେ ବନବିଭାଗ ପକ୍ଷରୁ ଏଥିପାଇଁ ଡା଼କବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଗଲା ।