This browser does not support the video element.
ବୌଦ୍ଧ ସଦର: ଏନଏସି କାର୍ଯ୍ୟାଳୟ ନିକଟ ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରୁ ଅସହାୟ ଭିନ୍ନକ୍ଷମଙ୍କ ମୃତଦେହ ଉଦ୍ଧାର
Baudh Sadar, Boudh (Bauda) | Sep 9, 2025
ମଙ୍ଗଳବାର ଦିନ ବୌଦ୍ଧ ସହର ଏନ ଏ ସି କାର୍ଯ୍ୟାଳୟ ନିକଟ ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରୁ ଅସହାୟ ଭିନ୍ନକ୍ଷମଙ୍କ ମୃତଦେହ ଉଦ୍ଧାର କରିଛି ବୌଦ୍ଧ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ବହୁ ବର୍ଷ ଧରି ଚାରି ହାତ ଗୋଡ ହରାଇ ଭିକ୍ଷା ବୃତ୍ତି କରି ପେଟ ପୋଶୁ ଥିବା ଅସହାୟ ଭିନ୍ନକ୍ଷମଙ୍କ ମୃତଦେହ ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରେ ପଡି ରହିଥିବା ଦେଖିବାକୁ ମିଳିଥିଲା l ଏ ସମ୍ପର୍କରେ ବୌଦ୍ଧ ଥାନା ଆଇ ଆଇ ସି ନଳିନୀ କାନ୍ତ ଦାସଙ୍କୁ ସୂଚନା ମିଳିବା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ସଂସ୍କାର କରା ଯାଇଥିଲା l