Download Now Banner

This browser does not support the video element.

ବରଗଡ: ସଦର ପୋଲିସ ପକ୍ଷରୁ ଦେଓଗାଁ ଛକରେ ଚଢାଉ କରି 53 ଗୋଟି ଦେଶୀ ମଦ ପାଉଚ ଜବତ କରାଯାଇଥିବା ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Sep 7, 2025
ଦେଓଗାଁ ଛକରେ ଚଢ଼ାଉ କରି 53 ଗୋଟି ଦେଶୀ ମଦ ପାଉଚ ଜବତ କଲା ସଦର ପୋଲିସ | ଏନେଇ ରବିବାର ସନ୍ଧ୍ୟା 6 ଘଣ୍ଟା ସମୟରେ ସୂଚନା ଦେଲା ସଦର ପୋଲିସ | ବରଗଡ଼ ସଦର ଅଞ୍ଚଳରେ ପେଟ୍ରୋଲିଙ୍ଗ ଚାଲୁଥିବା ସମୟରେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଦେଓଗାଁ ଛକରେ ବେଆଇନ ମଦ ବିକ୍ରି ଉପରେ ପୋଲିସ ଗତକାଲି ଚଢ଼ାଉ କରିଥିଲା | ଘଟଣା ସ୍ଥଳରୁ 53 ଗୋଟି ଦେଶୀ ମଦ ପାଉଚ ଜବତ ସହ ଜଣକୁ ଗିରଫ କରିଛି ପୋଲିସ | ଏନେଇ ସଦର ଥାନା ପକ୍ଷରୁ ଓଡିଶା ଅବକାରୀ ଏକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ | ଅଭିଯୁକ୍ତର ନାମ ଉଜାଗର କରିବା ପାଇଁ ମାନା କରାଯାଇଛି ।
Read More News
T & CPrivacy PolicyContact Us