This browser does not support the video element.
ସୁନ୍ଦରଗଡ ସହର: ଦେଓକରଣ ପୁର ହାଇସ୍କୁଲ ରେଗିଂ ମାମଲା ଆଜି ଦାଣ୍ଡରେ ପଡି ହାଟରେ ଉଠିଛି, 20 ଛାତ୍ର ସବୁଦିନ ପାଇଁ ହେଷ୍ଟେଲରୁ ବିଦାୟ
Sundargarh Town, Sundargarh | Aug 25, 2025
ଆଜି ଅଗଷ୍ଟ ମାସ 25 ତାରିଖ ସନ୍ଧ୍ୟା 5 ଟାରେ ସ୍କୁଲ କମିଟି, ଅବିଭାବକ ଓ ଶିକ୍ଷକ ମାନଙ୍କର 6 ଘଣ୍ଟାର ବୈଠକ ପରେ ସ୍କୁଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ସମସ୍ତ 20 ଜଣ ଯାକ ଦୋଷୀ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ା ଯାଇଛି। ସେମାନେ ଡେ ସ୍କଲାର ଭାବେ ଆସନ୍ତା କାଲି ଠାରୁ ପାଠ ପଢ଼ିବେ। ତେବେ ଏହି ଘଟଣା ଗତ 20 ତାରିଖ ସନ୍ଧ୍ୟା 7:30 ସମୟ ପାଖାପାଖି ଘଟିଥିଲା। ଦଶମ ଶ୍ରେଣୀରେ ପଢୁଥିବା ତଥା ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା 20 ଜଣ ଛାତ୍ର ନବମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ରୁମକୁ ଡାକି ନିର୍ଘାତ ଓ ନିର୍ଦ୍ଧୁମ ପିଟିଥିଲେ। ମଶାରୀ ବାଡି, ଲାତ ଓ ବିଧା ମାରି ନବମ