This browser does not support the video element.
ଝାରସୁଗୁଡା: ବାଘମୁଣ୍ଡା ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର 100 ବର୍ଷ ପୂର୍ତ୍ତି ସଂଘ ଶତାବ୍ଦୀ ବର୍ଷ ପାଳନ କରାଯାଇଛି
Jharsuguda, Jharsuguda | Sep 28, 2025
ଝାରସୁଗୁଡା ଜିଲ୍ଲା ବାଘମୁଣ୍ଡା ରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର 100 ବର୍ଷ ପୂର୍ତ୍ତି ସଂଘ ଶତାବ୍ଦୀ ବର୍ଷ ପାଳନ କରାଯାଇଛି l ଆଜି ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୧ ଟା ୩୦ ଯାଏଁ ସିଂହାରପୁର ଭଗତ ସିଂହ ଶାଖା , ଧର୍ମପଦ ଶାଖା ବାଘମୁଣ୍ଡା, ଲିମେଇ ଟିକିରା ପ୍ରଭାତ ଶାଖା ମିଳିତ ଆନୁକୂଲ୍ୟ ରେ ସଂଘର ପ୍ରତିଷ୍ଠା ଦିବସ ପାଳିତ ହୋଇଛି l ଏହି ଅବସରରେ ବାଘମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଵୟଂ ସେବକ ମାନେ ଭାରତ ମାତା ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ତଥା ଦୀପ ପ୍ରଜ୍ବଳନ କରି , ଗୌରିକ ଧ୍ଵଜ କୁ ପ୍ରଣାମ ଜଣାଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ l