This browser does not support the video element.
କୋରାପୁଟ ସହର: ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ତିନି ଦିନିଆ ଦୀକ୍ଷା ଆରମ୍ଭ ସମାରୋହ ଆୟୋଜିତ
Koraput Town, Koraput | Sep 12, 2025
ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ନୂତନ ଭାବେ ନାମଲେଖାଇ ଥିବା ପିଲାମାନଙ୍କୁ ନେଇ ତିନି ଦିନିଆ ଦୀକ୍ଷା ଆରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି l ୨୦୨୫-୨୭ ବ୍ଯାଚରେ ସର୍ବମୋଟ ୯୭ ଜଣ ପିଲା ନାମ ଲେଖାଇଛନ୍ତି । ବିଭିନ୍ନ ଜିଲ୍ଲାରୁ ଓଡ଼ିଶାର ଭୂସ୍ୱର୍ଗ କୋରାପୁଟରେ ପଢିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ଆଜି ଦିନ ୨ଟା ସମୟରେ ଉଦଘାଟନୀ ସମାହାରରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ,ଗୋପାଳ ହାଲଦାର, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।