This browser does not support the video element.
ବାରିପଦା ମ୍ୟୁନିସିପାଲଟି: ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ, ଜଣେ ଶିକ୍ଷକ ନିଲମ୍ବିତ ସମେତ ୧୪ ଜଣଙ୍କ ଦରମା ବନ୍ଦ
Baripada M, Mayurbhanj | May 20, 2024
ସାଧାରଣ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲାର ୨୨ଗୋଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇନାହାଁନ୍ତି। ଯାହାକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତେବେ ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି କାର୍ଯ୍ୟାନୁଷ୍ଠାନ ସ୍ବରୂପ ରବିବାର ଜଣେ ଶିକ୍ଷକଙ୍କୁ ଚାକିରୀ ନିଲମ୍ବିତ ସମେତ ୧୪ ଜଣଙ୍କ ଦରମା ବନ୍ଦ କରିଛନ୍ତି।