This browser does not support the video element.
ତଲସରା: ବଡ଼ଗାଁ ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଦି କର୍ମଯୋଗୀ ଅଭିଯାନ ବୈଠକ ଅନୁଷ୍ଠିତ
Talasara, Sundargarh | Sep 6, 2025
ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଆଦି କର୍ମଯୋଗୀ ଅଭିଯାନ ବୈଠକ ବଡ଼ଗାଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦ୍ଧେଶ୍ୟ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବଡ଼ଗାଁ ତହସିଲଦାର ଝରଣା ପ୍ରଧାନ, ସହକାରୀ ଯନ୍ତ୍ରୀ ସୁନିଲ ମୁର୍ମୁ ସିଡିପିଓ ସୁଜାତା ବେଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ।