This browser does not support the video element.
ଯାଜପୁର: କୁଆଖିଆ ଥାନା ଖଣ୍ଡିତର ଛକରେ ଭାରସାମ୍ୟ ହରାଇ ଓଲଟିଲା ପିଗ୍ ଆଇରନ ବୋଝେଇ ଟ୍ରଲର ଗାଡି,ଚାଳକ ଆହତ l ଏକ ପିଗ୍ ଆଇରନ ବୋଝେଇ ଟ୍ରଲର ଗାଡି କଲିକତା
Jajapur, Jajpur | Sep 29, 2025
କୁଆଖିଆ ଥାନା ଖଣ୍ଡିତର ଛକରେ ଭାରସାମ୍ୟ ହରାଇ ଓଲଟିଲା ପିଗ୍ ଆଇରନ ବୋଝେଇ ଟ୍ରଲର ଗାଡି,ଚାଳକ ଆହତ l ଏକ ପିଗ୍ ଆଇରନ ବୋଝେଇ ଟ୍ରଲର ଗାଡି କଲିକତା ରୂ କଟକ ଅଭିମୁଖେ ଆସୁଥିଲା l ହଠାତ ଖଣ୍ଡିତର ଛକରେ କୌଣସି କାରଣରୂ ଟ୍ରଲର ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ଗାଡିକୁ ରାସ୍ତାର ଡିଭାଇଡ଼ର ରେ ପିଟି ଦେଇଥିଲେ l ଫଳରେ ଗାଡିଟି ଓଲଟି ପଡିବାରୁ ଡ୍ରାଇଭର ଆହତ ହେଇଥିଲେ l ସେପଟେ ଖବର ପାଇ ଏନଏଚଆଇ ପୋଲିସ ପେଟ୍ରୋଲିଙ୍ଗ ଅଧିକାରୀ ଅଶୋକ କୁମାର ବଳ ଘଟଣା ସ୍ଥଳରେ ପହଂଚି ଆହତ ଡ୍ରାଇଭରକୁ ଚିକିତ୍ସା ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l