This browser does not support the video element.
କଟକ ପୌରାଞ୍ଚଳ: ଅସୁରେଶ୍ଵର ଭାରିଗୋଳ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣଙ୍କ ଜୀବନ
Cuttack M Corp PS, Cuttack | Aug 30, 2025
କଟକ ଜିଲ୍ଳା ଅସୁରେଶ୍ଵର ପଞ୍ଚାୟତ ଭାରିଗୋଳ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଲେ ସେହି ଗାଁର ଭଗବାନ ବେହେରା। ଶନିବାର ରାତି ୯.୩୦ ମିନିଟ ସମୟରେ ଏହି ଘଟଣା ଘଟିଛି। ଘର ଦାଣ୍ଡରେ ଲୁଗା ଶୁଖେଇବା ପାଇଁ ବନ୍ଧା ହୋଇଥିବା ଜିଆଇ ତାରରେ କରେଣ୍ଟ ଆସିଯାଇଥିଲା। ତେବେ ତାକୁ ଧରିବା ଯୋଗୁଁ ଭଗବାନ ବେହେରାଙ୍କ ଜୀବନ ଚାଲିଗଲା।