Download Now Banner

This browser does not support the video element.

ଘସିପୁରା: ଆନନ୍ଦପୁର ପୌରପାଳିକା ୧୩ନଂ ୱାଡ଼ରେ ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇଟି ଘର , ଗୋଟିଏ ପରିବାରର ୫ ସଦସ୍ୟ

Ghasipura, Kendujhar | Aug 25, 2025
ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇଟି ଘର । ଗୋଟିଏ ପରିବାରର ୫ ସଦସ୍ୟ ଶୋଇଥିବା ସମୟରେ ଶୋଇବା ଘରର ମାଟି କାନ୍ଥ ହଠାତ୍‌ ଖସିପଡିଥିଲା । ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଘର ଭାଙ୍ଗିଯିବା ପରେ ଏବେ କେଉଁଠି ରହିବେ । ତାକୁ ନେଇ ଚିନ୍ତାରେ ପରିବାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ୧୩ ନମ୍ବର ଓ୍ୱାର୍ଡରରେ ଦିଲ୍ଲୀପ ଜେନାଙ୍କ ଘରେ ଏପରି ଘଟଣା ଘଟିଛି । ସେହିପରି ଜୟଦେବ ଜେନାଙ୍କ ଘର ମଧ୍ୟ ଲଗାଣ ବର୍ଷାରେ ଭାଙ୍ଗିଯାଇଛି । ବାରମ୍ବାର ଆବେଦନ କଲେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିନଥିବା ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us