This browser does not support the video element.
ସୁନ୍ଦରଗଡ ସହର: ହେମଗିର ଚନ୍ଦନ ତୋଳା ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ କରାଇ ହେମଗିର ପୋଲିସ ମୃତକଙ୍କ ପରିବାରକୁ ହସ୍ତାନ୍ତର କଲେ
Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ବର 2 ତାରିଖ ମଙ୍ଗଳବାର ବାର ଅପରାହ୍ନ 3 ଟା ପାଖାପାଖି ସମୟରେ ଶବ ହସ୍ତାନ୍ତର କରିଛନ୍ତି ହେମଗିର ପୋଲିସ। ତେବେ ଏହି ଦୁଃଖଦ ଘଟଣା ଗତକାଲି ଅପରାହ୍ନ 3:30 ପାଖାପାଖି ସମୟରେ ଘଟିଥିଲା। ଟିକେଶ୍ୱର ବିସାର ନାମକ ଜଣେ 62 ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିଲା। ଟିକେଶ୍ୱର ଗାଧୋଉ ଥିଲା ବେଳେ ପାଣି ଭିତରେ ବୁଡି ଯାଇଥିଲେ। ଦୀର୍ଘ ସମୟ ଧରି ପାଣି ଉପରକୁ ନ ବାହାରିବାରୁ ଅନ୍ୟ କେତେକ ବ୍ୟକ୍ତି ଏ ନେଇ ଦମକଳ ବାହିନୀଙ୍କୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା