Download Now Banner

This browser does not support the video element.

ଦେବଗଡ: ବାବୁ ସାହିରୁ ୨ ବର୍ଷର ଶିଶୁ କନ୍ୟା ଉଦ୍ଧାର, ଦେବଗଡ ପୋଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ଜନସାଧାରଣ

Debagarh, Debagarh (Deogarh) | Sep 6, 2025
ଦେବଗଡ ସହର ବାବୁ ସାହିରୁ ଆଜି ଦିନ ପ୍ରାୟ ୧୨.୩୦ ରେ ୨ ବର୍ଷର ଜଣେ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ଶିଶୁ କନ୍ୟା ତାର ପରିଚୟ ଦେଇ ପାରୁନଥିବା ବେଳେ ଭୟଭିତ ହୋଇପଡିଛି । ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ଉଦ୍ଧାର କରି ଦେବଗଡ ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି । ଆଜି ଦିନ ପ୍ରାୟ ୧୨.୩୦ ରେ ଶିଶୁ କନ୍ୟା ଟି ବାବୁ ସାହିରେ ବୁଲୁଥିବା ବେଳେ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଲୋକ ଏନେଇ ଦେବଗଡ ଥାନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଶିଶୁ କନ୍ୟାକୁ ଉଦ୍ଧାର କରିବା ସହିତ ସୁରକ୍ଷିତ ଆଶ୍ରୟ ଦେଇଛି ।
Read More News
T & CPrivacy PolicyContact Us